Odisha Link
Bridging the Missing Links in Odisha

୧୨୦୦ ଶ୍ରମିକଙ୍କୁ ଧରି କେରଳରୁ ଭୁବନେଶ୍ବର ଆସୁଛି ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର: କେରଳର ଏର୍ଣାକୁଲମ୍‌ରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିବ। ଲକ୍‌ଡାଉନ୍‌ କାରଣରୁ କେରଳରେ ଅଟକି ରହିଥିବା ୧୨୦୦ ଓଡ଼ିଆ ଶ୍ରମିକ ଏଥିରେ ରାଜ୍ୟକୁ ଫେରିବେ।

ଆଜି ସଂଧ୍ୟା ୬ଟାରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଏର୍ଣାକୁଲମ୍‌ ଜିଲ୍ଲାର ଅଲୁଭା ଷ୍ଟେସନ୍‌ରୁ ବାହାରିବ। ମାର୍ଚ୍ଚ ୨୪ ପରେ ଏହା ହେଉଛଇ ଓଡ଼ିଶାକୁ ପ୍ରଥମ ଯାତ୍ରୀବାହୀ ଟ୍ରେନ୍।

୨୦୧୮ର ସରକାରୀ ରିପୋର୍ଟ ଅନୁସାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୩୫ ଲକ୍ଷ ବ୍ୟକ୍ତି କେରଳରେ କାମ କରୁଛନ୍ତି। ଗୁଲତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍ସ ଓ ଟେକ୍ସେସନ୍‌‌ର ଏକ ରିପୋର୍ଯ ଅନୁସାରେ ପ୍ରତିବର୍ଷ ଏହି ସଂଖ୍ୟା ୨.୩୫ ଲକ୍ଷ ବୃଦ୍ଧି ପାଉଛି। ଏବେ କେରଳରେ ପ୍ରାୟ ୪୦ ଲକ୍ଷ ବାହାର ରାଜ୍ୟର ଲୋକ ଥିବା ବେଳେ ସେମାନଙ୍କ ମଧ୍ୟରେ କେତେ ଓଡ଼ିଆ ଅଛନ୍ତି ତାହା ଜଣାପଡ଼ିନାହିଁ।

ଫସି ରହିଥିବା ଶ୍ରମିକମାନେ କେରଳରେ ବାରମ୍ବାର ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରୁଥିବାରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ ବ୍ରବସ୍ଥା କରାଯାଇଛି। ଅନ୍ୟପଟେ ଓଡ଼ିଶା ସରକାର ଗୁଜରାଟରୁ ପ୍ରାୟ ୫ ଲକ୍ଷ ଶ୍ରମିକଙ୍କୁ ବସ୍‌ ଯୋଗେ ଆଣିବାର ବ୍ୟବସ୍ଥା କରୁଛନ୍ତି।

Comments are closed.