ରାଜ୍ୟରେ ୨୪ ଘଣ୍ଟାରେ ୫୦ ହଜାର ୪୨୧ ନମୁନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୪୨୧ କରୋନା ଟେଷ୍ଟ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ସୂଚନା ଦେଇଛନ୍ତି। ଆରଟିପିସିଆରରେ ୭ ହଜାର ୮୬, ଆଣ୍ଟିଜେନରେ ୪୩ ହଜାର ୨୩୨ ଓ ଟ୍ରୁନଟ୍ ମାଧ୍ୟମରେ ୧୦୩ଟି ଟେଷ୍ଟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮ ହଜାର ୪୭୯ ନମୁନା ପରୀକ୍ଷା ହୋଇଥିବା ବେଳେ କେନ୍ଦୁଝରରେ ୮ ହଜାର ୩୬୩ ଓ କେନ୍ଦ୍ରାପଡ଼ାରୁ ୭ ହଜାର ୭୭୫ କରୋନା ଟେଷ୍ଟ ହୋଇଛି।
କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି। ଏବେ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୧୮ ଲକ୍ଷ ଟପିଛି। କରୋନା ଟେଷ୍ଟରେ ଜାତୀୟ ହାରଠାରୁ ବି ଓଡ଼ିଶା ବହୁ ଆଗରେ ରହିଛି।