କୋଭିଡ ହସ୍ପିଟାଲରେ ଶରତ ଗମାଙ୍ଗଙ୍କ ମୃତ୍ୟୁ

ଗୁଣପୁର: ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ଶଳା ଶରତ ଚନ୍ଦ୍ର ଗମାଙ୍ଗ ଦେହାନ୍ତ ହୋଇଛି। ପାଇଖାନା ଭିତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଛି। ତେବେ ପାଇଖାନା ଭିତରେ ପଡ଼ିଯାଇ ତାଙ୍କ ମୃତ୍ୟୁ ହୋଇଛି ନା କୋଭିଡ କାରଣରୁ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା କରାଯାଉଥିଲେ ହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ।