Odisha Link
Bridging the Missing Links in Odisha

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ; ଜଣେ ଯବାନ ସହିଦ

ଜାମ୍ମୁ: ପୁଣି ଥରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ରଜୌରୀର କେରୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଥିବା ଜଣା ପଡ଼ିଛି। ଫଳରେ ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଛନ୍ତି। ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ସେନା ଦ୍ୱାରା ସହିଦ ହୋଇଥିବା ଅଧିକାରୀଙ୍କ ପରିଚୟ ପ୍ରକାଶ ପାଇନାହିଁ।

ସୂଚନାଯୋଗ୍ୟ, ଏବେ ମଧ୍ୟ ଏଲଓସିର ଅନେକ ସେକ୍ଟରରେ ଗୁଳିଚାଳନା ଜାରି ରହିଛି। ଗତ ୪ଦିନ ମଧ୍ୟରେ ପାକିସ୍ତାନ ଦୁଇ ଥର ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରି ସାରିଲାଣି। ଗତ ରବିବାର ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଥିବା ବେଳେ ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଥିଲେ। ଭାରତ ପକ୍ଷରୁ ମଧ୍ୟ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନର କଡା ଜବାର ଦିଆଯାଉଛି।

Comments are closed.