ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା: ପାଟଣା ରେଞ୍ଜ ଅନ୍ତର୍ଗତ ଫୁଲ ପାହାଡ଼ି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ଫୁଲପାହାଡ଼ି ଗ୍ରାମର କେସନ ଦେହୁରୀ ବୋଲି ଜଣାପଡିଛି।
ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ହାଟରୁ ଘରକୁ ଫେରୁଥିବାବେଳେ ଗାଁ ମୁଣ୍ଡରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରି ହାତକୁ କାମୁଡି ଦେଇଥିଲା। ଫଳରେ ହାତ ଭାଙ୍ଗି ଯିବା ସହ ହାତରୁ ପ୍ରବଳ ରକ୍ତସ୍ରାବ ହେବା ସହ ସେ ଗୁରୁତର ହୋଇପଡିଥିଲେ। ଆଜି ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି।