ବିଧାନସଭା: ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ବର: ବିଧାନସଭା ଅଧିବେଶନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଲା ବିଧାନସଭା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫମାନଙ୍କର କରୋନା ଟେଷ୍ଟ କରାଯିବ। ଯେବେ ବିଧାନସଭା ବସିବ, ତାର ଦୁଇ ଦିନ ପୂର୍ବରୁ କରୋନା ଟେଷ୍ଟ ହେବ। ବିଧାନସଭାରେ ସ୍ୱତନ୍ତ୍ର କାଉଣ୍ଟର କରାଯାଇ ଆରଟି-ପିସିଆର ଟେଷ୍ଟା କରାଯିବ। ବିଧାନସଭାର ୫ ଦିନ ପରେ ବିଧାୟକଙ୍କ ରାପିଡ ଟେଷ୍ଟ କରାଯିବ। ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଧାନସଭା ଅଧିବେଶନ ପରିଚାଳନା ନେଇ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।