Odisha Link
Bridging the Missing Links in Odisha

ଡ୍ରଗ୍‌ସ ଲିଙ୍କ୍‌ ମାମଲା: ଆଜି ଗିରଫ ହୋଇପାରନ୍ତି ରିୟା !

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର କ୍ରମାଗତ ଜେରା ଓ ଗିରଫଦାରୀ ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗତକାଲି ୬ ଘଂଟା ଜେରା କରିଥିଲା। ଆଜି ମଧ୍ୟ ପୁଣି ତାଙ୍କୁ ଜେରା ପାଇଁ ଡକାଯାଇଛି। ଡ୍ରଗ୍‌ସ ଲିଙ୍କ ମାମଲାରେ ଏନସିବି ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତ ଘର ପରିଚାଳକ ସାମୁଏଲ ମିରାଣ୍ଡା, ଅନୁଜ କେଶଓ୍ବାନୀ ନାମକ ଜଣେ ଡ୍ରଗ୍‌ସ ଡିଲରଙ୍କୁ ଗିରଫ କରିଛି। ଏବେ ରିୟାଙ୍କ ଗିରଫଦାରି ନେଇ ଚର୍ଚ୍ଚା ଜୋର ଧରିଛି।

ରିୟାଙ୍କ ଓକିଲ କହିଛନ୍ତି ଯେ, ସେ ଅଗ୍ରମୀ ଜାମିନ ପାଇଁ କୌଣସି ଅଦାଲତରେ ସମ୍ପର୍କ କରି ନାହାନ୍ତି। ରିୟା ଗିରଫ ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି କାହାକୁ ପ୍ରେମ କରିବା ଅପରାଧ ତାହେଲେ ତାର ପରିଣାମ ସେ ଭୋଗିବେ।

ଡ୍ରଗ୍‌ସ ଡିଲର ଜୈଦ, ସାମୁଏଲ ମିରାଣ୍ଡା, ସୌଭିକଙ୍କର ମେଡିକାଲ ଟେଷ୍ଟ କରାଯାଇଛି। ଗତକାଲି ୬ଘଣ୍ଟା ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରିୟା ମୁହଁ ଖୋଲିଥିଲେ। ମାର୍ଚ୍ଚ ୧୭ରେ ସାମୁଏଲ୍ ମିରାଣ୍ଡା ଡ୍ରଗ୍‌ସ ଆଣିବାକୁ ଜୈଦଙ୍କ ନିକଟକୁ ଯାଇଥିବା ନେଇ ରିୟା ଜାଣିଥିଲେ। ରିୟା ଓ ସୌଭିକ ଡ୍ରଗ୍‌ସ ଡିଲରଙ୍କ ସହ ଡ୍ରଗ୍‌ସ ପାଇଁ କୋଅର୍ଡିନେସନ୍ କରୁଥିବା କଥା ରିୟା ମାନିଛନ୍ତି। ଭାଇ ସୌଭିକଙ୍କ ଦ୍ବାରା ସୁଶାନ୍ତଙ୍କ ପାଇଁ ରିୟା ଡ୍ରଗ୍‌ସ ମଗାଉଥିଲେ।

Comments are closed.