Odisha Link
Bridging the Missing Links in Odisha

HSTDVର ସଫଳ ପରୀକ୍ଷଣ, DRDOକୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ଆଉ ଏକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ମିଳିଲା ସଫଳତା। ସ୍ୱଦେଶୀ ବିକଶିତ ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟରର ଭେକିଲ (HSTDV)ର ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ ଏହି ପ୍ରଯୁକ୍ତିବିଦ୍ୟା ହେଉଛି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୂର ଦୃଷ୍ଟିକୁ ହୃଦୟଙ୍ଗମ କରିବା ଦିଗରେ ଏକ ଉଲ୍ଲେଖନୀୟ ସଫଳତା।

ସ୍ୱଦେଶୀ ବିକଶିତ ସ୍କ୍ରାମଜେଟ ପ୍ରପୁଲସନ୍ ସିଷ୍ଟମ ବ୍ୟବହାର କରି DRDO ଆଜି ସଫଳତାର ସହିତ ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟରର ଭେକିଲର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଅଗ୍ରଗତି ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି ବର୍ତ୍ତମାନ ପ୍ରତିଷ୍ଠିତ ହୋଇଛି ବୋଲି ସିଂ ଟ୍ୱିଟରରେ କହିଛନ୍ତି।

ରାଜନାଥ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୁ ହୃଦୟଙ୍ଗମ କରିବା ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ମୁଁ DRDO କୁ ଅଭିନନ୍ଦନ ଜଣାଉଛି। ମୁଁ ଏହି ପ୍ରକଳ୍ପ ସହିତ ଜଡିତ ବୈଜ୍ଞାନିକମାନଙ୍କ ସହ କଥା ହୋଇ ଏହି ମହାନ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଲି। ଭାରତ ସେମାନଙ୍କ ପାଇଁ ଗର୍ବିତ ବୋଲି ପରବର୍ତ୍ତୀ ଟ୍ୱିଟରେ ସେ କହିଛନ୍ତି।

ହାଇପରସୋନିକ୍ ସ୍ପିଡ୍ ଫ୍ଲାଇଟ୍ ପାଇଁ HSTDV ହେଉଛି ଏକ ମାନବବିହୀନ ସ୍କ୍ରାମଜେଟ୍ ବିମାନ। ଭାରତର HSTDV ଯାନର ସଫଳତାର ସହ ପରୀକ୍ଷା କରିବା ଆତ୍ମନିର୍ଭର ଭାରତ ପାଇଁ ଏକ ବଡ ପଦକ୍ଷେପ ବୋଲି ରାଜନାଥ କହିଛନ୍ତି। ଆଜି ଦିନ ୧୧ଟା ସମୟରେ ବାଲେଶ୍ବରର ଚାନ୍ଦିପୁରରୁ ଉତ୍‌କ୍ଷେପଣ ହୋଇଛି।

Comments are closed.