Odisha Link
Bridging the Missing Links in Odisha

ନୂଆ ଶିକ୍ଷା ନୀତି ସରକାରଙ୍କର ନୁହେଁ ବରଂ ଦେଶର ନୀତି : ମୋଦୀ

ନୂଆଦିଲ୍ଲୀ: ସୋମବାର ନୂତନ ଶିକ୍ଷା ନୀତି ଉପରେ ଅନୁଷ୍ଠିତ ରାଜ୍ୟପାଳଙ୍କ ସମ୍ମିଳନୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। କିଛି ଦିନ ତଳେ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ନୂତନ ଶିକ୍ଷା ନୀତି ଉପରେ ଏବେ ବି ଆ‌ଲୋଚନା ଜାରି ରହିଛି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶର ଲକ୍ଷ କେବଳ ନୂତନ ଶିକ୍ଷା ନୀତି ଏବଂ ବ୍ୟବସ୍ଥା ମାଧ୍ୟମରେ ପୂରଣ ହୋଇପାରିବ। ଶିକ୍ଷା ନୀତିରେ ସରକାରଙ୍କ ହସ୍ତକ୍ଷେପ ହ୍ରାସ କରାଯିବା ଉଚିତ।

ନୂତନ ଶିକ୍ଷା ନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସମେତ ଏହି ନୀତି ପ୍ରସ୍ତୁତ କରିବାରେ ଲକ୍ଷ ଲକ୍ଷ ଲୋକଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ଦେଶରେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା ଚାଲିଛି। ନୂତନ ଶିକ୍ଷା ନୀତି ଛାତ୍ର-ଛାତ୍ରୀଙ୍କ ଜ୍ଞାନ ଏବଂ ଦକ୍ଷତା ବଢ଼ାଇବ। ଏହି ନୀତି ନୂଆ ଭାରତ ଏବଂ ଆତ୍ମନିର୍ଭରଶୀଳ ଭାରତର ମିଶନକୁ ପୂରଣ କରିବ। ଦୀର୍ଘ ଦିନ ଧରି ବ୍ୟାଗ ଏବଂ ବୋର୍ଡ ପରୀକ୍ଷାର ଚାପରେ ପିଲାମାନେ ରହୁଥିଲେ, ଯାହାକୁ ବର୍ତ୍ତମାନ ନୂତନ ଶୀକ୍ଷା ନୀତିରେ ହ୍ରାସ କରାଯାଇଛି।

Comments are closed.