କୃଷି ସଂଶୋଧନ ବିଲ୍ ନେଇ କୃଷକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ :ମୋଦୀ

ନୂଆଦିଲ୍ଲୀ: କୃଷି କ୍ଷେତ୍ର ସହ ଜଡ଼ିତ ତିନିଗୋଟି ବିଲକୁ ନେଇ କୃଷକଙ୍କ ବିରୋଧ ଜାରି ରହିଛି। ଶୁକ୍ରବାର ବିହାରର କେତେକ ଯୋଜନା ଶୁଭାମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ବିଲ୍ ନେଇ କହିଛନ୍ତି ଯେ କିଛି ରାଜନୈତିକ ଦଳ କୃଷକଙ୍କୁ ଭ୍ରମିତ କରୁଛନ୍ତି। ସଂଶୋଧିତ କୃଷି ବିଲ୍ ଦ୍ୱାରା କୃଷକ ଲାଭାନ୍ୱିତ ହେବେ।
ବିରୋଧୀଙ୍କୁ ଆକ୍ଷେପ କରି ମୋଦି କହିଛନ୍ତି- କୃଷକ ଓ ଗ୍ରାହକଙ୍କ ମଧ୍ୟରେ ବଡ଼ଭାଗ ମଧ୍ୟସ୍ଥି ବା ଦଲାଲ୍ ନେଇଯାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ବିଲର ବହୁତ ଆବଶ୍ୟକତା ଥିଲା। ଉତ୍ପାଦ ବକ୍ରୟ କରିବାକୁ ସେମାନେ ଏବେ ଅଧିକ ବିକଳ୍ପ ଓ ସୁଯୋଗ ପାଇବେ। ଏହି ବିଲ୍ କୃଷକଙ୍କ ପାଇଁ ରକ୍ଷା କବଚ ଅଟେ। କିନ୍ତୁ କିଛି ଲୋକ ବର୍ଷ ବର୍ଷ ଧରି ଶାସନରେ ରହି, ଦେଶକୁ ଶାସିତ କରିଛନ୍ତି। ଏବେ କୃଷକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି।
କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇ ମୋଦୀ କହିଲେ, ‘ଏମ୍ପିଏସ୍’ ପ୍ରତ୍ୟାହାର ହୋଇଯିବ ବୋଲି ବିରୋଧୀ ଦଳମାନେ ମିଥ୍ୟା ସମ୍ବାଦ ପ୍ରଚାର କରୁଛନ୍ତି। କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇ ମୁଁ କହୁଛି ଯେ, ଆଜି ଭଳି ଭବିଷ୍ୟତରେ ମଧ୍ୟ ‘ଏମ୍ପିଏସ୍’ ଚାଲୁ ରହିବ। ସରକାର କୃଷକମାନଙ୍କର ଉତ୍ପାଦ କ୍ରୟ କରିବେ।
ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ ପୁଣି କହିଲେ, ଏହି ଚିଠା ଜରିଆରେ ଆମ ସରକାର ଯାହା କରିଛି, କଂଗ୍ରେସ ତା’ର ନିର୍ବାଚନ ଇସ୍ତାହାରେ ସେ ବିଷୟରେ ପ୍ରତିଶ୍ରୁତି ଦେଇଥିଲା। ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହିଲେ ସେମାନେ ହତାଶ ହୋଇ କୃଷକମାନଙ୍କୁ ବିଭ୍ରାନ୍ତ କରାଇବା ସହ କୃଷି ଚିଠା ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି।