Odisha Link
Bridging the Missing Links in Odisha

ବନ୍ୟା ସ୍ଥିତି ସୁଧୁରିଲାଣି, କିନ୍ତୁ ମିଳିନି ରିଲିଫ୍

ଯାଜପୁର:  ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ପଂଚାୟତର କଂପଗଡ଼ ଗାଁ ବନ୍ୟାରେ ବେସ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାର ବାସିନ୍ଦାଙ୍କୁ ରିଲିଫ ନମିଳିବାରୁ ସେମାନେ ପ୍ରତିବାଦ ଜଣାଇଛନ୍ତି ।

ସରକାର ବନ୍ୟା ପ୍ରଭାବିତ ହୋଇ ଥିବା ଅଞ୍ଚଳକୁ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ନିର୍ଦେଶ ଦେଇଥିଲା । କିନ୍ତୁ କଂପଗଡ଼ ଗ୍ରାମର ବହୁ ଲୋକେ ରିଲିଫ ସାମଗ୍ରୀରୁ ବଞ୍ଚିତ ହୋଇଛନ୍ତି ।

କିଛି ୱାର୍ଡରେ ରିଲିଫ ପହଂଞ୍ଚି ଥିଲେ ମଧ୍ୟ ବହୁ ଲୋକ ଏଥିରୁ ବାଦ୍ ପଡିଛନ୍ତି । ସେମାନେ ଶୁକ୍ରବାର ପ୍ରତିବାଦ କରିବା ସହିତ ଆଗାମୀ ଦିନରେ ରିଲିଫ ନ ମିଳିଲେ ରାସ୍ତାରୋକ୍ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.