ରାଧାକୃଷ୍ଣ ମନ୍ଦିିର ପରିସରରେ ମର୍ଡର

ଗଞ୍ଜାମ: ବ୍ରହ୍ମପୁରର ରାଧାକୃଷ୍ଣ ମନ୍ଦିର ପରିସରରେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। କେହି ତାଙ୍କୁ ପଥରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ନାଁ କାଳିଆ ବୋଲି ଜଣାପଡ଼ିଛି। ମୃତକ ଜଣକ ମନ୍ଦିର ଜଗୁଆଳି ଭାବେ କାମ କରୁଥିବା ସୂଚନା ମିଳିଛି। ମନ୍ଦିର ପଛପଟ ପାଚେରୀ ଡେଇଁ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିର ଭିତରକୁ ଆସିଲେ କେମିତି।
ପ୍ରକାଶ ଯେ, ମୃତକ କାଳିଆ ସାହୁ ଘରୁ କଳି ଲଗାଇ ଆସି ବାହାରେ ରହୁଥିଲେ। ଆଖ ପାଖ ଗାଁରେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ତାଙ୍କୁ ଗତ ରାତିରେ ରାଧାକୃଷ୍ଣ ମନ୍ଦିରରେ ହତ୍ୟା କରିଛନ୍ତି। ତେବେ ଏବେ ପୋଲିସର ତଦନ୍ତ ଆରମ୍ଭ ହୋଇଛି।