ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରେ ୨ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଶନିବାର ଓ ରବିବାର ରାଜଧାନୀରେ ପ୍ରବଳ ବର୍ଷା ହେବ। ଏପରିକି ଘଣ୍ଟାକରେ ୨ ରୁ ୩ ସେମିତି ଅର୍ଥାତ ୨୦ ରୁ ୩୦ ମିମି ବର୍ଷା ହେବ।
ରାଜଧାନୀରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ହେବାର ସମ୍ଭାବନା ରହିଛି ଅଛି। ପାଣିପାଗ ବିଭାଗର ଅନୁମାନ, ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ହେବ। ଟ୍ରାଫିକ ଜାମ୍ ପରିସ୍ଥିତି ସୃଷ୍ଟି ହେବ। ବର୍ଷା ଯୋଗୁଁ ରାସ୍ତାରେ କମ୍ ଦୃଶ୍ୟମାନ ସ୍ଥିତି ସୃଷ୍ଟି ହେବ। ରାସ୍ତା ଖସଡ଼ା ହେବାର ଥିବା ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।