ସରିଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ସରିଲା ବିଧାନସଭା ମୌସୁମୀ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି। ଗୋଟିଏ ଦିନ ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନ ମୁଲତବି ଘୋଷଣା କଲେ ବାଚସ୍ପତି।
ଆଜି ବିଧାନସଭାରେ ୫ଟି ବିଲ୍ ପାରିତ ହୋଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ୍ ୫ଟି ବିଲ ପାରିତ ହୋଇଛି। ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି।