କ୍ୟାପଟେନ ସଫଦର ଆୱାନ ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ଵାଇଁ ସଫଦର ଆୱାନଙ୍କୁ କରାଚି ପୁଲିସ ଗିରଫ କରିଛି।
ପାକିସ୍ତାନ ମୁସଲିମ ଲିଗ୍ ନେତା ତଥା ନୱାଜଙ୍କ ଝିଅ ମରିୟମ ନୱାଜ ସରିଫ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ର କରାଚି ରାଲି ପରେ ଆୱାନଙ୍କୁ ଗିରଫ କରାଇଛି।
ସୂଚନାଯୋଗ୍ୟ,ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ସମାବେଶରେ ମରିୟମ ନୱାଜ ଅଂଶଗ୍ରହଣ କରିଥିଲେ।
ମରିୟମ କହିଛନ୍ତି ଯେ ସେମାନେ କରାଚିର ଏକ ହୋଟେଲରେ ରହୁଥିଲେ। ଏହି ସମୟରେ ପୁଲିସ ତାଙ୍କ କୋଠରୀର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା ଏବଂ କ୍ୟାପଟେନ ସଫଦର ଆୱାନଙ୍କୁ ଗିରଫ କରିଥିଲା।