Odisha Link
Bridging the Missing Links in Odisha

ଶିଶୁ କନ୍ୟା ଉଦ୍ଧାର; ଦେହରେ ବେଢ଼ି ଯାଇଥିଲେ ପିମ୍ପୁଡ଼ି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସାଲେପାଲିରୁ ଏକ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟିକୁ ଜଙ୍ଗଲ ଭିତରେ ଗାଁ ଲୋକ ଦେଖିବାକୁ ପାଇଥିଲେ।

ଆଶାକର୍ମୀଙ୍କୁ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ଖବର ଦେଇଥିଲା। ପରେ ଆଶା କର୍ମୀ ପଙ୍କଜିନୀ ମେହେର ଜଙ୍ଗଲକୁ ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ।

ଶିଶୁକନ୍ୟାଟିର ସମ୍ପୂର୍ଣ୍ଣ ଶରୀରରେ ପିମ୍ପୁଡି ଲାଗିଯାଇଥିବା ବେଳେ ତାକୁ ସଫା କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ଶିଶୁଟି ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Comments are closed.