Odisha Link
Bridging the Missing Links in Odisha

୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ; ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।

କାଲି ସକାଳ ୮ଟା ୩୦ ଯାଏଁ ବର୍ଷା ସହ ଘଟଘଟି ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।ତେବେ ୧୯, ୨୦, ୨୧ ତାରିଖ ଏହି ତିନି ଦିନ ମତ୍ସ୍ୟଜୀବୀମାନଙ୍କୁ କେନ୍ଦ୍ରୀୟ ବଙ୍ଗୋପସାଗର ଭିତରକୁ ନ ଯିବା ପାଇଁ ସତର୍କ କରାଯାଇଛି।

ଏପଟେ ଏହାରି ମଧ୍ୟରେ ପାରାଦୀପରେ ସର୍ବାଧିକ ୨୦ ମିଲିମିଟର, ଗଞ୍ଜାମରେ ୧୪.୬ ଏବଂ ରାୟଗଡା ୧୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ଭାବ୍ୟ ଲଘୁଚାପ ବଳୟକୁ ଦୃଷ୍ଟିରେ ରଖି ୨୦ ତାରିଖରୁ ବର୍ଷାର ପରିମାଣ ବଢିପାରେ। ଏଥିପାଇଁ ୨୦ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଥିଲା।

Comments are closed.