ଜବତ ହେଲା ଦୁଇ ଚୋରା କୋଇଲା ଟ୍ରକ

ଢ଼େଙ୍କାନାଳ: ଜବତ ହେଲେ ଦୁଇ ଚୋରା କୋଇଲା ଟ୍ରକ। ଗାଡ଼ି ଦୁଇଟି ତାଳଚେରରୁ ଚୋରା କୋଇଲା ନେଇ ଯାଉଥିବା ବେଳେ ପୁଲିସ ୨ଟି ଟ୍ରକକୁ ଜବତ କରିଥିବା ଜଣା ପଡ଼ିଛି।
ଢ଼େଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ପୁଲିସ ଗୋବିନ୍ଦପୁର ଛକଠାରୁ ଟ୍ରକ ୨ଟି କୁ ଜବତ କରିଛନ୍ତି। ଟ୍ରକ ଚାଳକ ପରଜଙ୍ଗ ବ୍ଲକ ବରିହାପୁରର ମନୋରଞ୍ଜନ ପ୍ରଧାନ ଓ କଣ୍ଟାବଣିଆ ଗ୍ରାମର ଅମୁଲ୍ୟ ବେହେରାଙ୍କୁ ଗିରଫ କରାଯାଇଥିବା ଫାଣ୍ଡି ଅଧିକାରୀ ସତ୍ୟ ଭୁତିଆ ସୂଚନା ଦେଇଛନ୍ତି।