Odisha Link
Bridging the Missing Links in Odisha

ଫ୍ରାନ୍ସରେ ଏୟାରଷ୍ଟ୍ରାଇକ, ୫୦ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଆତଙ୍କବାଦୀଙ୍କ ଦମନଲୀଳାର ଜବାବ ଦେଇଛି ଫ୍ରାନ୍ସ ସରକାର। କିଛି ଦିନ ତଳେ ହୋଇଥିବା ଆତଙ୍କବାଦୀ ଆକ୍ରମଣପରେ ସାରା ୟୁରୋପରେ ଅଶାନ୍ତି ଜାରି ରହିଛି। ଫ୍ରାନ୍ସର ସେନା ମାଲିରେ ଏୟାରଷ୍ଟ୍ରାଇକ କରିଛି। ଏଥିରେ ୫୦ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହାସହ ୪ଜଣ ଆତଙ୍କବାଦୀଙ୍କୁ ଧରାଯାଇଛି।

ଫ୍ରାନ୍ସ ସରକାରଙ୍କ ସୂଚନା ଅନୁସାରେ, ଏହି ଆତଙ୍କବାଦୀଙ୍କ ଅଲକାୟଦା ସହ ସମ୍ପର୍କ ଥିଲା। ଏମାନେ ଗ୍ରୁପ୍ ଅଫ ଇସଲାମ୍ ଆଣ୍ଡ ମୁସଲିମ୍ ସଙ୍ଗଠନ ପାଇଁ କାମ କରୁଥିଲେ। ଯେତେବେଳେ ଆତଙ୍କବାଦୀ ବାଇକରେ ଏକ ଦଳ ହୋଇ ଯାଉଥିଲେ ସେତେବେଳେ ଡ୍ରୋନ୍ ଜରିଆରେ ଫ୍ରାନ୍ସ ସେନା ଆକ୍ରମଣ କରିଥିଲା।

ପ୍ରକାଶ ଯେ, ଫ୍ରାନ୍ସରେ ପେଗାମ୍ବର ମହମ୍ମଦଙ୍କ କାର୍ଟୁନ ଅଙ୍କାଯିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଅନେକ ସହରରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହାପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋ ଚେତାବନୀ ଦେଇଥିଲେ ଯେ ସେ ହିଂସାକୁ ସମର୍ଥନ କରନ୍ତି ନାହିଁ ଏବଂ ଏପରି କରୁଥିବା ଲୋକଙ୍କୁ ଦଣ୍ଡ ଦିଆଯିବ।

Comments are closed.