Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୪୬୨ ଆକ୍ରାନ୍ତ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୪୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୮୦ ହଜାର ୫୫୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହା ବ୍ୟତୀତ କଟକରୁ ୧୨୮, କେନ୍ଦ୍ରାପଡାରୁ ୧୦୪, ସୁନ୍ଦରଗଡରୁ ୭୭, ଅନୁଗୁଳରୁ ୭୨, ବଲାଙ୍ଗୀରରୁ ୬୫, ପୁରୀରୁ ୫୬, ବାଲେଶ୍ୱରରୁ ୫୪, ଝାରସୁଗୁଡାରୁ ୫୪, ବରଗଡରୁ ୫୩, ଜଗତସିଂହପୁରରୁ ୫୩, ନବରଙ୍ଗପୁରରୁ ୪୭, ଯାଜପୁରରୁ ୪୨, ମୟୁରଭଞ୍ଜରୁ ୪୨, କେନ୍ଦୁଝରରୁ ୪୧, ଗଞ୍ଜାମରୁ ୩୯, ନୂଆପଡାରୁ ୩୬, କଳାହାଣ୍ଡିରୁ ୩୪, ବୌଦ୍ଧରୁ ୩୨, ସମ୍ବଲପୁରରୁ ୩୨, ମାଲକାନଗିରିରୁ ୨୭, ଭଦ୍ରକରୁ ୨୫, କୋରାପୁଟରୁ ୨୪, ନୟାଗଡରୁ ୨୪, ଦେବଗଡରୁ ୧୬, ଢେଙ୍କାନାଳରୁ ୧୫, କନ୍ଧମାଳରୁ ୧୫, ସୋନପୁରରୁ ୧୫, ଗଜପତିରୁ ୭ ଏବଂ ଷ୍ଟେଟପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.