Odisha Link
Bridging the Missing Links in Odisha

କେବିସି ପ୍ରଶ୍ନକୁ ନେଇ ବିଗ୍‌ ବିଙ୍କ ନାଁରେ ମାମଲା

ମୁମ୍ବାଇ: ବିଗ୍‌ ବି ଙ୍କ ଅମିତାଭ ବଚ୍ଚନଙ୍କ ନାମରେ ମାମଲା ରୁଜୁ କଲେ ବିଜେପି ବିଧାୟକ। ବିଜେପି ବିଧାୟକ ଅଭିମନ୍ୟୁ ପାୱାର ଅମିତା ବଚ୍ଚନଙ୍କ ନାମରେ ମାମଲା କରିଛନ୍ତି। ଶ୍ରୀ ପାୱାର ଅଭିଯୋଗ କରିଛନ୍ତି କି କେବିସିରେ ଅମିତାଭ ବଚ୍ଚନ ଯେଭଳି ପ୍ରଶ୍ନ ପଚାରୁଛନ୍ତି ତାହା ଦ୍ୱାରା ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି। ମହାରାଷ୍ଟ୍ରର ଲାଟୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଅଭିମନ୍ୟୁ।

ଅଭିଯୋଗ ମୁତାବକ ସୋନୀ ଟିଭିରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ କେ.ବି.ସି ରେ ଅମିତାଭ ବଚ୍ଚନଙ୍କ ଗୋଟିଏ ପ୍ରଶ୍ନ ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ୧୯୯୭ ମସିହା ଡିସେମ୍ବର ୨୫ ତାରିଖରେ ଏହି କାର୍ଯ୍ୟକ୍ରମରେ ଅମିତାଭ ପ୍ରଶ୍ନ କରିଥିଲେ କି, ଭୀମରାଓ ଆମ୍ବେଦକର ଓ ତାଙ୍କ ସମର୍ଥକ ଏଥି ମଧ୍ୟରୁ କେଉଁ ଧର୍ମଗ୍ରନ୍ଥକୁ ଜଳାଇଥିଲେ। ଏହାର ବିକଳ୍ପରେ ଦିଆଯାଇଥିଲା ବିଷ୍ଣୁ ପୁରାଣ, ଶ୍ରୀମଦ ଭାଗବତ ଗୀତା, ରୁକବେଦ ଓ ମନୁସ୍ମୃତି।

ଅଭିମନ୍ୟୁ ପାୱାରଙ୍କର ଅଭିଯୋଗ ଯେ ଏହି ୪ ଟି ଯାକ ଗ୍ରନ୍ଥ ହିନ୍ଦୁ ଧର୍ମ ସହିତ ଜଡିତ। ଯଦି ଏଭଳି ପ୍ରଶ୍ନ ପଚରା ଯାଉଥିଲା ତେବେ ଏହି ୪ ଟି ବିକଳ୍ପରେ ଅନ୍ୟଧର୍ମର ଗ୍ରନ୍ଥର ନାମ ବି ରଖାଯାଇ ପାରିଥା’ନ୍ତା କେବଳ ହିନ୍ଦୁ ଧର୍ମର ଗ୍ରନ୍ଥକୁ କାହିଁକି ବିକଳ୍ପ ଭାବେ ନିଆଗଲା। ସେ ଆହୁରି କହିଛନ୍ତି ଯେ, ଏଭଳି ପ୍ରଶ୍ନ କରି ଅମିତାଭ ବଚ୍ଚନ ହିନ୍ଦୁ ଧର୍ମଗ୍ରନ୍ଥର ଅପମାନ କରିଛନ୍ତି। ହିନ୍ଦୁ ଓ ବୌଦ୍ଧ ଧର୍ମ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଅମିତାଭ ବଚ୍ଚନ ଓ ସୋନି ଟିଭି ଉଦ୍ୟମ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତିି।

Comments are closed.