Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ୍ୟୁ

ଅନୁଗୋଳ:  ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଘଟିଯାଇଛି।

ସୂଚନା ଅନୁସାରେ, ଆଜି ସକାଳୁ ଏକ ବାଇକ୍‌ରେ ଆଠମଲ୍ଲିକ ଅଞ୍ଚଳର ବିନୋଦ ପାଣ୍ଡେ ଓ ଭୀମସେନ ମଲିକ କିଶୋରନଗରରୁ ମାଧପୁର ଅଭିମୁଖେ ଯାଉଥିଲେ। ମାତ୍ର ଗାଡ଼ିଟି ରାଇବାହାଳ ପୋଲ ଉପରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।

ଘଟଣାସ୍ଥଳରେ ବିନୋଦଙ୍କ ମୃତ୍ୟୁ ହୋଇଥିବାବେଳେ ଭୀମସେନ ଗୁରୁତର ଆହତ ହୋଇଥିଲେ। ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.