୨୮ ବର୍ଷ ପରେ ଦ୍ବିତୀୟ ରାଷ୍ଟ୍ରପତି ଭାବେ ହ୍ବାଇଟ୍ ହାଉସରେ ପହଁଞ୍ଚି ପାରିଲେନି ଟ୍ରମ୍ପ୍

ଓ୍ବାଶିଂଟନ୍: କଡ଼ା ପ୍ରତିଦ୍ବନ୍ଦିତା ମଧ୍ୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଛନ୍ତି ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ। ରିପବ୍ଲିକାନ୍ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ ଦେଇ ସେ ଦେଶର ୪୬ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି ନିର୍ବାଚନ ହାରିବା ସହ ୨୮ ବର୍ଷ ପରେ ଦ୍ବିିତୀୟ ରାଷ୍ଟ୍ରପତି ଭାବେ ଦ୍ବିତୀୟ ଥର ପାଇଁ ହ୍ବାଇଟ୍ ହାଉସରେ ପହଁଞ୍ଚି ପାରିନାହାନ୍ତି। ଏହାପୂର୍ବରୁ ୧୯୯୨ ମସିହାରେ ଜର୍ଜ ଏଚ୍ଡବ୍ଲୁ ବୁଶ ମଧ୍ୟ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରି ପାରି ନଥିଲେ।
ଜର୍ଜ ଏଚ୍ଡବ୍ଲୁ ବୁଶଙ୍କ ପରେ ଆମେରିକାର ରାଷ୍ଟ୍ରପତି ଭାବେ ବିଲ କ୍ଲିଣ୍ଟନ୍, ଜର୍ଜ ଡବ୍ଲୁ ବୁଶ୍ ଓ ପରେ ବାରାକ୍ ଓବାମା ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଏହି ତିିନି ଜଣ ଲଗାତାର ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇ ନିଜର କାର୍ଯ୍ୟକାଳ ପୂରଣ କରିଛନ୍ତି। ବିଗତ ୧୦୦ ବର୍ଷ ମଧ୍ୟରେ ଆମେରିକାରେ ଅଧିକାଂଶ ରାଷ୍ଟ୍ରପତି ଲଗାତାର ଦୁଇ ଦୁଇ ଥର ନିର୍ବାଚନ ଜିତିଛନ୍ତି। ହେଲେ ୪ଜଣ ରାଷ୍ଟ୍ରପତି ଏଭଳି ଅଛନ୍ତି ଯେଉଁ ମାନେକି ଗୋଟିଏ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ତାଲିକାରେ ଏବେ ଟ୍ରମ୍ପଙ୍କ ନାମ ଯୋଡ଼ି ହୋଇଛି।
୧୯୩୩ ମସିହାରେ ହର୍ବର୍ଟ ହୁବର ମାତ୍ର ଗୋଟିଏ ଥର ନିର୍ବାଚିତ ହୋଇଥିଲେ। ଦ୍ବିତୀୟ ଥର ନିର୍ବାଚନରେ ସେ ହାରିଯାଇଥିଲେ। ସେହିପରି ଜେରାଲ୍ଡ ଫୋର୍ଡ, ଜିମି କାର୍ଟର ଓ ଏବେ ଡ୍ରୋନାଲ୍ଡ ଟମ୍ପ୍ ମାତ୍ର ଗୋଟିଏ ଥର ନିର୍ବାଚନ ଜିତି ଦ୍ବିତୀୟ ନିର୍ବାଚନରେ ହାରି ଯାଇଛନ୍ତି।