ବାଦାମବାଡିରେ ଜଳିଗଲା ବସ୍, କାରଣ ଅସ୍ପଷ୍ଟ

କଟକ: ବାଦାମବାଡିରେ ଜଳିଗଲା ଯାତ୍ରୀବାହୀ ବସ୍। ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡ୍ରେ ଛିଡ଼ା ହୋଇଥିବା ଏକ ବସ୍ରେ ନିଆଁ ଲାଗି ବସ୍ଟି ଜଳିଯାଇଛି। ବସ୍ ଭିତରେ କୌଣସି ଯାତ୍ରୀ ନଥିବା ସୂଚନ ମିଳିଛି।
କେଉଁ କାରଣରୁ ବସ୍ଟି ଜଳିଲା ତାହା ଜଣା ପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସୂଚନା ମିଳିନାହିଁ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।