କରୋନା: ରାଜ୍ୟରୁ ସୁସ୍ଥ ହେଲେ ୩୬୨ ଆକ୍ରାନ୍ତ – Odisha Link

କଟକ: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ଗଞ୍ଜେଇ କାରବାର। ଏହି କାରବାରକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅବାକାରୀ ବିଭାଗ ଓ ପୋଲିସ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ରାଜ୍ୟ ସରକାର ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ବେଶ୍ ଗୁରୁତ୍ବ ଦେଉଛନ୍ତି। ଚଳିତ ବର୍ଷ ଅନାନ୍ୟ ନିଶାଦ୍ରବ୍ୟ ସହ ଗଞ୍ଜେଇ ଚୋରା ଚାଲାଣକୁ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ପୋଲିସ। ଶନିବାର ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
ଯେଉଁଥିରେକି ଚଳିତବର୍ଷ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ରେକର୍ଡ ସଂଖ୍ୟକ ୧୨୯୨ କ୍ବିଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ଓଡ଼ିଶା ପୋଲିସ। ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶିତ ଖବର ଅନୁଯାୟୀ, ବିଗତ ୧୦ ବର୍ଷ ମଧ୍ୟରେ ଯେକୌଣସି ବର୍ଷରେ ଜବତ ହୋଇଥିବା ଗଞ୍ଜେଇର ପରିମାଣ ଠାରୁ ଚଳିତବର୍ଷ ଜବତ ହୋଇଥିବା ଗଞ୍ଜେଇର ପରିମାଣ ଦୁଇଗୁଣାରୁ ଅଧିକ ଅଟେ।
ପ୍ରକାଶ ଯେ, ଚଳିତ ବର୍ଷ କୋରାପୁଟ ଜିଲ୍ଲା ପୋଲିସ ସବୁଠାରୁ ଅଧିକ ୫୨୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଯେଉଁଥିପାଇଁ ଡି.ଜି.ପି କୋରାପୁଟ ପୋଲିସକୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ କେଉଁ ବର୍ଷ କେତେ ପରିମାଣ ଗଞ୍ଜେଇ ଜବତ ହୋଇଛି ତାର ସମ୍ପୂର୍ଣ୍ଣ ବିବରଣୀ ଦେଖନ୍ତୁ।