ମାର୍ଗଶୀର ଗୁରୁବାରରେ ଘରେ ବଜାନ୍ତୁ ଶଙ୍ଖ

ମାର୍ଗଶୀର ମାସ ଧାର୍ମିକ ମାସ ତଥା ମା’ଲକ୍ଷ୍ମୀଙ୍କ ମାସ ବୋଲି କୁହାଯାଏ। ଏହି ମାସର ମହତ୍ତ୍ୱ ସହ ବାସ୍ତୁ ଅନୁଯାୟୀ ମଧ୍ୟ ବିଶେଷତ୍ୱ ରହିଛି। ଏହି ମାସରେ ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଖୁବ ଶୁଭଙ୍କର ବୋଲି କୁହାଯାଏ।। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହି ମାସରେ ପ୍ରତିଦିନ କର୍ପୂର ଆଳତି କରିବା ସହ ଘରର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।
ଏହି ମାସରେ ଘରେ ପ୍ରତିଦିନ ଶଙ୍ଖ ବଜାନ୍ତୁ। ଏହି ମାସରେ ଗୀତା ପାଠ କରନ୍ତୁ। ଏହି ମାସରେ ଘରର ମୁଖ୍ୟ ଦ୍ୱାର ନିକଟରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ସର୍ବଦା ମିଳିଥାଏ। ଘରେ ନିଶ୍ଚୟ ଗଙ୍ଗାଜଳ ଛିଞ୍ଚନ କରନ୍ତୁ। ଏହା ଖୁବ ଶୁଭ ହୋଇଥାଏ। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଏହି ମାସରେ ଶଙ୍ଖରେ ନିଶ୍ଚୟ ଜଳ ରଖନ୍ତୁ। ଶଙ୍ଖର ପୂଜା ମଧ୍ୟ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଏହି ମାସରେ ଅଧିକ ସମୟ ଯାଏଁ ଶୟନ କରନ୍ତୁ ନାହିଁ।