Odisha Link
Bridging the Missing Links in Odisha

ଫିକା ପଡିବ ବଡ଼ଦିନ, ପାଳନ ହେବନି ଯୀଶୁଙ୍କ ମଧ୍ୟରାତ୍ରୀ ଜନ୍ମୋତ୍ସବ

ଭୁବନେଶ୍ୱର: ଆସନ୍ତା କାଲି ବଡ଼ଦିନ। ଧରାବତରଣ କରିବେ ପ୍ରଭୁ ଯୀଶୁ। ହେଲେ କରୋନା ମହାମାରୀ କାରଣରୁ ଚର୍ଚ୍ଚରେ ପୂର୍ବ ଭଳି ସାଜସଜ୍ଜା କି ରଙ୍ଗୀନ ଆଲୋକମାଳା ଦେ‌ଖିବାକୁ ମିଳୁନି। ଏଥିସହ ପାଳନ ହେବନି ପ୍ରଭୁ ଯୀଶୁଙ୍କ ମଧ୍ୟରାତ୍ରୀ ଜନ୍ମୋତ୍ସବ ଓ ପ୍ରାର୍ଥନା ସଭା। ୨୪ ତାରିଖ ମଧ୍ୟରାତ୍ରୀରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ। ଯୀଶୁଙ୍କ ଜନ୍ମ ସମୟରେ ଚର୍ଚ୍ଚ ବନ୍ଦ ରହିବ। ଫିକା ପଡିବ ବଡ଼ଦିନ ଉତ୍ସବ।

୨୫ ତାରିଖ ସକାଳେ କିଛି ଘଣ୍ଟା ପାଇଁ ହେବ ଯଜ୍ଞ ପୂଜା ଓ ପ୍ରତି ଘଣ୍ଟାରେ ମାତ୍ର ୧୪୦ ଜଣ ଲୋକଙ୍କୁ ନେଇ ଆୟୋଜିତ ହେବ ପ୍ରାର୍ଥନା ସଭା। କ୍ରିସମାସ୍‌ ଦିନ ଭୁବନେଶ୍ୱରର କେତେକ ଚର୍ଚ୍ଚ ସମ୍ପୂର୍ଣ ବନ୍ଦ ରହିବ। ଭର୍ଚ୍ଚୁଆଲ ପ୍ରାର୍ଥନା ଆୟୋଜନ କରିବା ନେଇ ପ୍ରସ୍ତୁତି ଚାଲିଛି। ପ୍ରଭୁ ଯାଶୁ ଖ୍ରଷ୍ଟଙ୍କ ଜନ୍ମ ଦିବସକୁ ବଡ଼ଦିନ ଭାବେ ପାଳନ କରିଥାନ୍ତି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ। ଏଥର କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ବଡ଼ଦିନ ପାଳନ ଉପରେ ଲାଗିଛି କଟକଣା। ବିଭିନ୍ନ ଚର୍ଚ୍ଚରେ କେବଳ ପ୍ରତୀକାତ୍ମକ ଭାବେ ଚାଲିଛି ସାଜସଜ୍ଜା।

ସତ୍ୟ ନଗର ସ୍ଥିତ ଚର୍ଚ୍ଚରେ ୨୫ ତାରିଖ ସକାଳେ ସକାଳ ୭ଟା ୩୦ରୁ ଆରମ୍ଭ ହେବ ସାମୁହିକ ପ୍ରାର୍ଥନା । ଦିବା ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ ଯୀଶୁଙ୍କ ଜନ୍ମଦିନ ପାଳନ। ପ୍ରତି ଘଣ୍ଟାରେ ଚର୍ଚ୍ଚ ଆସିବେ ମାତ୍ର ୧୪୦ ଜଣ ଶ୍ରଦ୍ଧାଳୁ। ବିଏମସି ଗାଇଡ଼ଲାଇନ ମୁତାବକ ପାଳନ ହେବ ଯୀଶୁଙ୍କ ଜନ୍ମଦିନ।

Comments are closed.