ସୁନାମ ଆଣିଲେ ବଲାଙ୍ଗୀରର ୭ ବର୍ଷୀୟ ବାଳକ, MTA ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ

ଭୁବନେଶ୍ବର: ବୟସ ମାତ୍ର ୭। କମ୍ ବୟସରେ ହାସଲ କରିଛନ୍ତି ବିରଳ ସଫଳତା। ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ (MTA) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବଲାଙ୍ଗୀରର ଭେଙ୍କଟ ରମଣ ପଟ୍ଟନାୟକ।
ସୂଚନାଥାଉକି, ଟକ୍ନୋଲୋଜିରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଆୟୋଜିତ ହୋଇଥାଏ। ଜାଭା, ଏଚଟିଏମଏଲ, ସିଏସସ ପରି କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପାଇଁ ମାଇକ୍ରୋସଫ୍ଟ ଏହି ପରୀକ୍ଷା କରିଥାଏ।
ଏକ ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁଥିବା ଭେଙ୍କଟରମଣ ହ୍ୱାଇଟ ହାଟ ଜୁନିୟର ମାଧ୍ୟମରେ ୧୬୦ ଅନଲାଇନ କୋଡିଙ୍ଗ କ୍ଲାସ ସଫଳତାର ସହ କରିପାରିଥିଲେ। ଏଭଳି ସଫଳତା ପରେ ଭେଙ୍କଟଙ୍କୁ ଚେନ୍ନାଇ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ପକ୍ଷରୁ ଅତିଥି ବକ୍ତା ଭାବରେ ନିମନ୍ତ୍ରଣ ମଧ୍ୟ କରାଯାଇଛି।
ସୂଚନାଥାଉକି,ଲେଟସ ରିୱାର୍ଡ କିଡସ ନାମକ ଏକ ଆପ ବିକଶିତ କରି ଚର୍ଚ୍ଚାକୁ ଆସିଥିଲେ ୭ବର୍ଷର ବିଚକ୍ଷଣ ବାଳକ ଭେଙ୍କଟ।
Comments are closed.