Odisha Link
Bridging the Missing Links in Odisha

ଆଉ ଦେଖିବାକୁ ମିଳିବନି Mr. Beanଙ୍କ ହସ

ନୂଆଦିଲ୍ଲୀ: ହଲିଉଡର ଚର୍ଚ୍ଚିତ ହାସ୍ୟ ଅଭିନେତା ରୋବନ ଏଟକିଂସନ ‘ମିଷ୍ଟର୍ ବିନ୍’ ନାଁରେ ପୁରା ଦୁନିଆରେ ପରିଚିତ। ତେବେ ନଜର ଆସିବେନି ଲୋକପ୍ରିୟ ‘ମିଷ୍ଟର୍ ବିନ୍’। ଆଉ ଦେଖିବାକୁ ମିଳିବନି ରୋବନଙ୍କ ‘ମିଷ୍ଟର୍ ବିନ୍’ ଚରିତ୍ର। ଏନେଇ ନିଜେ ଅଭିନେତା ରୋବନ ଏଟକିଂସନ ସୂଚନା ଦେଇଛନ୍ତି।

ନିକଟରେ ରୋବନ କହିଛନ୍ତି, ମୁଁ ଆଉ ‘ମିଷ୍ଟର୍ ବିନ୍’ ଚରିତ୍ରରେ ଅଭିନୟ କରିବି ନାହିଁ। କିନ୍ତୁ ଆଗକୁ ଏହି ଚରିତ୍ର ଉପରେ ନିର୍ମାଣ ହେବାକୁ ଯାଉଥିବା ଆନିମେଟେଡ ସିରିଜରେ ଭଏସ୍ ଦେବି। ମୋ ପାଇଁ ଏହି ଚରିତ୍ରକୁ କେବଳ ଭଏସ ରୂପେ ପରଦାରେ ନିଭାଇବା ସହଜ। ମୋତେ ଆଉ ଏହି ଚିରତ୍ରରେ ଅଭିନୟ କରିବାକୁ ଭଲ ଲାଗୁ ନାହିଁ। ଏହି ଚରିତ୍ର ପାଇଁ ମୋତେ ବଡ ଦାୟିତ୍ୱ ମୁଣ୍ଡେଇବାକୁ ପଡୁଛି ବୋଲି ରୋବନ୍ କହିଛନ୍ତି।

ଆଜି ରୋବନ ଏଟକିଂସନ ‘ମିଷ୍ଟର୍ ବିନ୍’ଙ୍କ ଜନ୍ମ ଦିନ। ସେ ୧୯୫୫ ଜାନୁଆରୀ ୬ ତାରିଖରେ ଡରହମ୍‌ରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ସେ ଛୋଟରୁ ବଡ଼ ହୋଇଛନ୍ତି। ଏହା ପରେ ସେ ଲଣ୍ଡନର ଅକ୍ସଫୋର୍ଡର କ୍ବିନସ୍‌ କଲେଜରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ କରିଛନ୍ତି। ରୋଓ୍ବନ ଏଟକିନସନ ବହୁତ ଖୁସି ଏବଂ ଖୋଲା ହୃଦୟର ବ୍ୟକ୍ତି। ସେ ଯେତିକି ଲୋକଙ୍କୁ ରିଲ୍ ଲାଇଫରେ ହସାନ୍ତି, ସେ ବାସ୍ତବରେ ନିଜ ସାଙ୍ଗମାନଙ୍କ ସହିତ ମଧ୍ୟ ବହୁତ ମଜାମସ୍ତି କରନ୍ତି।

ସୂଚନାଯୋଗ୍ୟ, ୧୯୯୦ରେ ପ୍ରଥମ ଥର ପାଇଁ ଟେଲିଭିଜନରେ ‘ମିଷ୍ଟର୍ ବିନ୍’ର ଚରିତ୍ର ଦେଖିବାକୁ ମିଳିଥିଲ। ଏହାପରେ ବନ ଏଟକିଂସନଙ୍କୁ ସାରା ବିଶ୍ବ ମିଷ୍ଟର୍ ବିନ୍’ ନାମରେ ହିଁ ଚିହ୍ନନ୍ତି। ‘ମିଷ୍ଟର୍ ବିନ୍’ଙ୍କ ଫେସବୁକ ପେଇଜକୁ ସାରା ବିଶ୍ୱରେ ସବୁଠୁ ଅଧିକ ପସନ୍ଦ କରାଯାଇଛି। ଏହା ବିଶ୍ୱର ୧୦ ନମ୍ବର ସ୍ଥାନରେ ରହିଛି।

 

Comments are closed.