Odisha Link
Bridging the Missing Links in Odisha

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: ପୁଣି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ଗତ ୧୧ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ଫଳରେ ଭାରତରେ ତେଲଦର ବଢୁଛି। ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୪.୦୯ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୧.୯୫ ଡଲାରକୁ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଛି।

ଦର ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ.୮୩.୯୭ ଟଙ୍କା ହୋଇଥିବା ବେଳେ ଓ ଡିଜେଲ ଲିଟର ପିଛା ଟ.୭୪.୧୨ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି। ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ୮୪.୬୧ ଟଙ୍କା ଓ ଡିଜେଲ ଟ. ୮୦.୭୪ ରେ ବିକ୍ରି ହେଉଛି।

ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି। ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୮୯.୬୫ ଓ ଡିଜେଲ ଟ.୮୫.୬୨ରେ ବିକ୍ରି ହେଉଛି। ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୫.୨୧ ଓ ଡିଜେଲ ଟ. ୮୧.୩୩, ବାଲେଶ୍ବରରେ ପେଟ୍ରୋଲ ଟ.୮୪.୬୧ ଓ ଡିଜେଲ ଟ.୮୦.୭୫ରେ ବିକ୍ରି ହେଉଛି।

Comments are closed.