Odisha Link
Bridging the Missing Links in Odisha

କମିଲା ସୁନା ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଲଗାତାର ଦୁଇ ଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଏହି ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା, ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

MCXରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୬୦ ଟଙ୍କା ହ୍ରାସ ସହ କାରବାର ହୋଇଥିଲା। ଦିନ ୧୧ଟା ୪୦ ସୁଦ୍ଧା ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧,୫୬୦ ଟଙ୍କାରେ ଟ୍ରେଡ୍‌ କରୁଥିଲା। ସେହିପରି MCXରେ ରୂପା ଦର ପ୍ରତି କିଲୋଗ୍ରାମକୁ ୫୫୦ ଟଙ୍କା ହ୍ରାସ ସହ କାରବାର ଆରମ୍ଭ ହୋଇଥିଲା।

ସୋମବାର ୧୨୦୦ ଟଙ୍କା ଓ ମଙ୍ଗଳବାର ୩୦୦ ଟଙ୍କା ବୃଦ୍ଧି ସହ ସୁନା ଦର ପ୍ରତି ୧୦ ଗ୍ରାମକୁ MCXରେ ଦୁଇ ଦିନରେ ୧,୫୦୦ ଟଙ୍କା ମହଙ୍ଗା ହୋଇଥିଲା। ଆଜି ଏହି ଦରରେ ହ୍ରାସ ଦେଖିବାକୁ ମିଳିଛି।‌ ଗତକାଲି ସୁନା ଦର ୩୧୧ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୫୧,୭୨୦ ଟଙ୍କାରେ କାରବାର ବନ୍ଦ ହୋଇଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୩୪୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୭୦, ୨୦୦ଟଙ୍କା ରହିଛି।

Comments are closed.