Odisha Link
Bridging the Missing Links in Odisha

ଗାଈ ପାଟିରେ ଫୁଟିଲା ବୋମା

ବ୍ରହ୍ମପୁର: ଗାଈ ପାଟିରେ ଫୁଟିଲା ବୋମା। ବିଲରେ ଗାଈ ଚରୁଥିବା ବେଳେ ବୋମା ଖାଇଥିଲା। ଫଳରେ ବୋମାଟି ଗାଈ ପାଟିରେ ଫୁଟିଛି। ଏଭଳି ଦୁର୍ଘଟଣା ଘଟିଛି ସଦର ଥାନା କୁକୁଡ଼ାଖଣ୍ଡି କାଳୁଆ ରୋଡ ନିକଟ ବିଲରେ। ଗାଈଟି ଗୁରୁତର ଅବସ୍ଥାରେ ବିଲ୍‌ରେ ପଡ଼ିଥିବା ଜଣାପଡ଼ିଛି। ବାର୍‌ହା ଶିକାର ପାଇଁ ବିଲରେ ବୋମା ବିଛା ଯାଇଥିବା ସନ୍ଦେହ କରାଯାଇଛି।

ସୂଚନାଯୋଗ୍ୟ, ବାର୍‌ହା ଶିକାର ପାଇଁ ଦୁର୍ବୃତ୍ତମାନେ ନିୟମିତ ଭାବେ ବିଲ୍‌ରେ ବୋମା ଖଞ୍ଜୁଛନ୍ତି। ମାତ୍ର ବାର୍‌ହା ଶିକାର ହେବା ପରିବର୍ତ୍ତେ ଗାଈମାନେ ଏହାର ଶିକାର ହେଉଛନ୍ତି। ଗତକାଲି ମଧ୍ୟ କେନ୍ଦୁପାଟ ଗାଁରେ ଗୋଟିଏ ଗାଈ ଚରୁଥିବା ବେଳେ ବୋମା ଚୋବାଇ ଦେଇଥିଲା। ବୋମାଟି ବିସ୍ଫୋରଣ ହେବାରୁ ଗାଈଟି ଗୁରୁତର ହୋଇଛି। ଗାଈର ଚିକିତ୍ସା ଜାରି ରିହିଛି।

Comments are closed.