Odisha Link
Bridging the Missing Links in Odisha

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଦେଶର ଅନେକ ଅଧିକାଂଶ ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲ କାରଣରୁ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଥିବାର ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ପରୀକ୍ଷା ହୋଇଥିଲା। ରାଜ୍ୟରେ ପରୀକ୍ଷା ହୋଇଥିବା ୧୧ ହଜାର ନମୁନା ନେଗେଟିଭ୍ ଆସିଛି। ଏନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଆଜି ବାର୍ଡ ଫ୍ଲ ସତର୍କତା ନେଇ ମୁଖ୍ୟ ଶାସନ ସଚିବ ରିଭ୍ୟୁ ବୈଠକ କରିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରକୁ ୧୧ ହଜାର ସାମ୍ପଲ ପରୀକ୍ଷା ହୋଇଛି। ଏଥିରୁ କୌଣସି ଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ସେ କହିଛନ୍ତି। ଏଥିସହ ସତର୍କତା ଦୃଷ୍ଟିରୁ ସର୍ଭେଲାନ୍ସ ‍ବଢ଼ାଇବା ସହ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ରାପିଡ ରେସ୍ପନ୍ସ ଟିମ୍ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ଗତକାଲି ଚିଲିକାରୁ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ। ସେହିପରି ଭୁବନେଶ୍ୱର ସ୍ଥିତ OUATରୁ କୁକୁଡ଼ାଙ୍କ ସାମ୍ପଲ ମଧ୍ୟ ପଠାଯାଇଛି। ସବୁ ସାମ୍ପଲ କଟକର ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି। ଖୋର୍ଦ୍ଧା ସିଡିଭିଓ କହିଛନ୍ତି, ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯିବ।

Comments are closed.