Odisha Link
Bridging the Missing Links in Odisha

ଆରଏସ୍‌ପି ଗ୍ୟାସ ଲିକ୍‌ ଘଟଣା, ୨ ଡିଜିଏମ୍‌ ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଗ୍ୟାସ୍ ଲିକ୍‌ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ ଡିଜିଏମ୍‌ଙ୍କୁ ନିଲମ୍ବିତ କଲେ ରାଉରକେଲା ଷ୍ଟିଲପ୍ଲାଣ୍ଟ୍‌ ସିଇଓ। କୋଲ୍‌ କେମିକାଲ୍‌ ଡିପାର୍ଟମେଣ୍ଟର ଡିଜିଏମ୍‌ ଏନ୍. ଦାସ ନିଲମ୍ବିତ ଏବଂ ଏନର୍ଜି ମ୍ୟାନେଜର ଡିଜିଏମ୍‌ ଜି. ବାରିକ୍‌ ମଧ୍ୟ ନିଲମ୍ବିତ ହୋଇଛନ୍ତି।

କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରିଛନ୍ତି ରାଉରକେଲା ଷ୍ଟିଲପ୍ଲାଣ୍ଟ୍‌ ସିଇଓ। ଏଥିସହ ମୃତଙ୍କ ପରିବାରର ଜଣକଙ୍କୁ ଚାକିରି ନେଇ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି। ଏନେଇ ରାଉରକେଲା ସଂଚାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ତୁରନ୍ତ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଥିଲା। ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ଠିକା ଶ୍ରମିକ ଷ୍ଟାର ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ବୋଲି ସୂଚନା ମିଳିଛି।

 

 

 

Comments are closed.