ବିଲରୁ ମିଳିଲା ଯୁବକଙ୍କ କଟା ହାତ

ସୁନ୍ଦରଗଡ଼: ବିଲରୁ ମିଳିଲା ଯୁବକଙ୍କ କଟା ହାତ। ଜାରି ଟାଉନ ଥାନା ଅନ୍ତର୍ଗତ ଆମ୍ବିଏନ୍ସ ହୋଟେଲ ପଛପଟୁ ଏହି କଟା ହାତ ମିଳିଛି। କରେଇ ପଞ୍ଚାୟତ ଗାଁର ରମେଶ ସିଂଙ୍କ କଟା ହାତ ବୋଲି ସନ୍ଦେହ କରାଯାଉଛି।
ପ୍ରକାଶ ଯେ, ଗତକାଲି ରାତିରୁ ରମେଶ ନିଖୋଜ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଏପଟେ କଟା ହାତଟି କାହାର, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ତେବେ କଟା ହାତଟି କାହାର ବର୍ତ୍ତମାନ ସୁଦ୍ଧା ସଠିକ ଭାବେ ସ୍ପଷ୍ଟ ହୋଇ ନାହିଁ।