Odisha Link
Bridging the Missing Links in Odisha

ଚଳିତ ମାସ ୨୦ରୁ ଶିଶୁ ଜନସଂପର୍କ ଅଭିଯାନ ଆରମ୍ଭ

ପୁରୀ : ଶିଶୁ ଜନସଂପର୍କ ଅଭିଯାନ ଜାନୁଆରି ୨୦ରୁ ଆରମ୍ଭ ହେବାକୁ ଯାଉଛି। କୋଭିଡ ବେଳେ ଘରେ ଥିବା ଶିଶୁଙ୍କ ମାନସିକ ଅସ୍ଥିରତା ଦୂର ପାଇଁ ଏପରି ପ୍ରୟାସ କରାଯିବ। ଶିଶୁ ଅଧିକାର ସୁରକ୍ଷା ଆୟୋଗ ପୁରୀରୁ ଶୁଭାରମ୍ଭ କରିବ।

ଏହି ଅଭିଯାନ ପ୍ରଥମ ପର୍ଯ୍ୟାୟରେ ପୁରୀର ଡେଲାଙ୍ଗ, କଣାସ, ପିପିଲିରେ ବ୍ଲକ୍‌ରେ ହେବ। ପରେ ଭୁବନେଶ୍ବରର ସବୁ ବସ୍ତି ଓ ଅନ୍ୟ ଜିଲ୍ଲାରେ ଚାଲିବ ଅଭିଯାନ। ଏନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି ।

Comments are closed.