Odisha Link
Bridging the Missing Links in Odisha

ଆଜିଠୁ ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ

ବ୍ରହ୍ମଗିରି: ଆଜିଠୁ ଚିଲିକାରେ ଉଦ୍ଦିଦ ଓ ପ୍ରାଣୀ ଗଣନା କାର୍ଯ୍ୟ ଆରମ୍ଭ। ଗଣନାରେ ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ)ର ଏକ ୧୮ ଜଣିଆ ଟିମକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସାତପଡ଼ା ପଟୁ ୮ଟି ଓ ବାଲୁଗାଁ ପଟୁ ୧୦ଟି ଟିମ୍ ଏହି କାର୍ଯ୍ୟରେ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ, ଚିଲିକା ହ୍ରଦର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ରାଜ୍ୟ ସରକାର ୧୯୯୨ ମସିହାରେ ସିଡିଏ ପ୍ରତିଷ୍ଠା କରିଥିଲେ। ଏଠାରେ ୭୦୦ରୁ ଅଧିକ ପ୍ରଜାତିର ଉଦ୍ଭିଦ ରହିଥିବା ପୂର୍ବ ସର୍ଭେରୁ ଜଣାପଡ଼ିଛି। ଚିଲିକାକୁ ପ୍ରତିବର୍ଷ ଶୀତଦିନେ ଦେଶ ବିଦେଶରୁ ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ସମାଗକ ହୋଇଥାଏ।