ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍ ଡ୍ରେସରେ ପରେଡ଼୍ ଅଭ୍ୟାସ ଜାରି ରହିଛି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି।
ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ । ତା’ ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟେକ୍ଟିକାଲ ୟୁନିଟ୍, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ। ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଞ୍ଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ତେବେ ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ।