Odisha Link
Bridging the Missing Links in Odisha

କୁହୁଡ଼ି ବଳୟରେ ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଘନ କୁହୁଡ଼ି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କୁହୁଡ଼ିର ଚାଦରରେ ଘୋଡ଼େଇ ହୋଇଛି ସାରା ରାଜ୍ୟ। ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଦୃଶ୍ୟମାନ ଦୂରତା ୧୦ରୁ ୧୫ ମିଟର ରହିଛି। ଫଳରେ ଯାନବାହାନ ଯାତାୟତରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି। ରାତିରୁ ସମଗ୍ର ରାଜ୍ୟକୁ ଘୋଡେଇ ରଖିଛି କୁହୁଡ଼ି।

ଅନ୍ୟପଟେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁପର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଅନୁଗୁଳ କଟକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଘନ କୁହୁଡ଼ି। ଏହାସହ ଆଜି ରାତିରୁ ଆସନ୍ତାକାଲି ସକାଳ ଯାଏଁ କଟକ, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଦା, କନ୍ଧମାଳ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଦେବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି।

Comments are closed.