କଲରାପତରିଆ ବାଘ ମୃତ୍ୟୁ ଘଟଣା, ୬ ଗିରଫ

ବ୍ରହ୍ମପୁର: ଗଞ୍ଜାମ ବୁଗୁଡ଼ା ରେଞ୍ଜ ବଡ଼ପଥରରେ ଶିକାରୀ ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ, ଗତ ୨୮ ତାରିଖ ଦିନ ବୁଗୁଡ଼ା ରେଞ୍ଜର ବଡ଼ପଥର ଠାରେ ଶିକାରୀ ଫାସରୁ ଉଦ୍ଧାର ପରେ ବାଘର ମୃତ୍ଯୁ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଞ୍ଜିତ ନାଇକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ବୁଗୁଡ଼ା ବନ ବିଭାଗ। ପୋଲିସ ସହାୟତାରେ ଗତ ରାତିରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରାଯାଇଛି।
ଫାଶରେ ଲାଗି ଥିବା ଏକ ବରାହ କୁ ମଧ୍ୟ ସେମାନେ ମାରି ଖାଇଥିବା ଜଣାପଡ଼ିଛି। ୫ ଘଣ୍ଟାର ଅପରେସନ ପରେ ବାଘକୁ ଜାଲରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଜଙ୍ଗଲରେ ଛାଡିବା ପୂର୍ବରୁ ଆଖି ବୁଜିଦେଇଥିଲା କଲରାପତରଆ ବାଘ। ମୃତ କଲରାପତରିଆ ବାଘର ପୋଷ୍ଟ ମର୍ଟମ କରାଯିବା ପରେ ମୃତ ବାଘକୁ ଦାହ କରିଥିଲେ ବନ କର୍ମଚାରୀ। ବାଘର କେଉଁ ପରିସ୍ଥିତିରେ ମୃତ ହେଲେ ତାକୁ ନେଇ ଦେଖାଦେଇଛି ବିବାଦ।