Odisha Link
Bridging the Missing Links in Odisha

ହାତୀ ଉପଦ୍ରବକୁ ନେଇ ଜାତୀୟ ରାଜପଥ ଅବରୋଧ ଲୋକେ

ଢେଙ୍କାନାଳ: ଆଜି ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗାଁରେ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରିଛି। ଫଳରେ ସେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ଗୁରୁତର ଯୁବକଙ୍କ ନାମ ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି କୌଣସି କାମରେ ସ୍କୁଲ ପଛ ପଟକୁ ଯାଇଥିଲେ ପ୍ରଶାନ୍ତ। ହଠାତ୍‌ ଏହି ସମୟରେ ଦନ୍ତା ଆକ୍ରମଣ କରିଥିଲା ଏବଂ ପ୍ରଶାନ୍ତଙ୍କୁ ମଧ୍ୟ କଚାଡ଼ି ଦେଇଥିଲା। ଯାହାଫଳରେ କି ପ୍ରଶାନ୍ତ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ହାତୀ ଉପଦ୍ରବକୁ ନେଇ ତାତିଛନ୍ତି ସ୍ଥାନୀୟବାସିନ୍ଦା। ବନବିଭାଗ ପକ୍ଷରୁ ଦନ୍ତାକୁ ଜବତ କରିବା ଓ ଗୁରୁତର ଚାଷୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି। ଏପରିକି ଚାଷୀଙ୍କ ଗ୍ରାମବାସୀମାନେ ଗୋବିନ୍ଦପୁର ଛକରେ ଏନ ଏଚ-୫୫କୁ ଅବରୋଧ କରିଛନ୍ତି। ଫଳରେ ୫୫ନମ୍ବର ଜାତୀୟ ରାଜପଥରେ ସାଧାରଣ ଯାତାୟାତ ସମ୍ପର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପଟେ ଗାଡ଼ି ଯାମ୍‌ ହୋଇଛି। ଏପରିକି କଟକ ଓ ଅନୁଗୁଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ସ୍ଥାନୀୟ ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରିରଖିଛି।

Comments are closed.