Odisha Link
Bridging the Missing Links in Odisha

ବାଲିଗୁଡ଼ାରେ ପୁଣି ମାତିଲେ ମାଓବାଦୀ

ବାଲିଗୁଡ଼ା: ବେଲଘର ଥାନା ଗୁମୁ ଗାଁରୁ ପୋଲିସ୍ ଇନଫରମର୍ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଦୁଇ ଯୁବକ ଗୁମୁ ଗାଁର ଗୋବିନ୍ଦ ମାଝୀ ଓ ଦେବେନ୍ଦ୍ର ମାଝୀ ହୋଇଥିବା ସୂଚନା ମିଳିଛି। ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ପୋଲିସ ଇନଫର୍ମମ ସନ୍ଦେହରେ ହେମନ୍ତ ପାତ୍ର ଓ ଭବାନୀ ଶଙ୍କର ପାତ୍ର ନାମକ ଦୁଇଜଣ ଯୁବକଙ୍କୁ ଗୁଳି କରି ଓ ଆଉଜଣଙ୍କୁ ଫାଶୀ ଦେଇ ମାଓବାଦୀ କରିଥିଲେ ନିର୍ମମ ହତ୍ୟା।

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଥିଲେ। ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ୨ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ। ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାପଡ଼ା ଗାଁରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ୨ ଜଣଙ୍କୁ ମାଓବାଦୀ ଘରୁ ଡାକି ଆଣି ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ।

Comments are closed.