ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନା ଟିକା ଦିଆଯିବ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଟୀକା ଦିଆଯାଇଛି। ତେବେ ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଭାରତ ଟିକା ଦେବା ଆରମ୍ଭ କରିବ। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ହର୍ଷବର୍ଦ୍ଧନ କହିଛନ୍ତି, କୋଭିଡ୍-୧୯ ଟିକାକୁ ନେଇ ୧୮-୨୦ କମ୍ପାନୀ ପ୍ରୟାସ ଜାରି ରଖିଛନ୍ତି। ସେମାନେ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ସେ କହିଛନ୍ତି, ଭାରତ ୨୦ ରୁ ୨୫ ଦେଶକୁ ଟିକା ଯୋଗାଇ ଦେଇଛି। ଟିକା ସମ୍ବନ୍ଧିତ ଗୁଜବକୁ ଖାରଜ କରି ସେ କହିଛନ୍ତି ସାର୍ବଜନୀନ ଟିକା ସୁରକ୍ଷିତ ଏବଂ ପ୍ରଭାବୀ ମଧ୍ୟ।
ବଜାରକୁ ଆସିବାକୁ ଥିବା ଏତେ ସବୁ ଟିକା ପ୍ରସ୍ତୁତ ହେବା ପରେ ଦେଶରୁ କରୋନା ସମାପ୍ତ ଆହୁରି ଶୀଘ୍ର ହୋଇ ପାରିବ। ଗତ ସାତ ଦିନରେ ଦେଶର ୧୮୮ ଜିଲ୍ଲାରେ କୋଭିଡ୍-୧୯ର ଗୋଟିଏ ହେଲେ ମାମଲା ସାମ୍ନାକୁ ଆସି ନାହିଁ।
ଏହି ପରି ୨୧ ଜିଲ୍ଲାରେ ଗତ ୨୧ ଦିନ ହେବ କୌଣସି ନୂତନ ରୋଗୀ ଚିହ୍ନଟ ହୋଇ ନାହାନ୍ତି। କୋଭିଡ୍ ସମ୍ବନ୍ଧିତ ନିୟମ ପାଳନ କରିବାକୁ ହର୍ଷବର୍ଦ୍ଧନ ଲୋକଙ୍କୁ ଅନୁରୋଧ କରିଛନ୍ତି।