ସମଲେଇଙ୍କ ପାଇଁ ୨ ଶହ କୋଟି

ସମ୍ବଲପୁର: ମା ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ୨ ଶହ କୋଟି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଆଜି ୨୦୦ କୋଟିର ସମଲେଇ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଯୋଜନା ଅନୁଯାୟୀ ମନ୍ଦିରର ୪ ଦିଗରେ ୪ ସୁଦୃଶ୍ୟ ଐତିହ୍ୟ ଦ୍ଵାର ସହ କରିଡର ନିର୍ମାଣ କରାଯିବ। ଭକ୍ତଙ୍କ ବେଢା ପରିକ୍ରମା ପାଇଁ ୧ କିଲୋମିଟର ରାସ୍ତା ହେବ। ଏଥିସହ ପାର୍କିଂ ସ୍ଥଳ, ଭେଣ୍ଡିଂ ଜୋନ୍ ଏବଂ ଶୌଚାଳୟ ନିର୍ମାଣ ହେବ। ଯୋଜନାରେ ସେବାୟତଙ୍କ ପ୍ରତି ମଧ୍ୟ ରାଜ୍ୟ ସରକାର ଗୁରୁତ୍ଵାରୋପ କରିଛନ୍ତି। ମନ୍ଦିର ନିକଟରେ ରହୁଥିବା ସେବାୟତଙ୍କ ପାଇଁ ବାସଗୃହ ପ୍ରକଳ୍ପ କରାଯିବ।
ଏହା ସହିତ ମନ୍ଦିରରୁ ମହାନଦୀ ଯାଏ ୩୦ ମିଟର ଚଡଡାର ରାସ୍ତା ନିର୍ମାଣ ହେବ। ଏହି ରାସ୍ତାରେ ଡେକ୍ ମଧ୍ୟ ରହିବ। ଭକ୍ତଙ୍କ ପାଇଁ ଦୈନିକ ମହାନଦୀ ଆଳତୀ ବ୍ୟବସ୍ଥା କରାଯିବ। ମନ୍ଦିରର ବିକାଶରେ ପ୍ରଭାବିତ ଲୋକଙ୍କୁ ଉଚିତ୍ ଥଇଥାନ କରାଯିବ। ସେ ନେଇ ବିଶେଷ ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି।