IPL ଅଧାରୁ ଓହରିଲେ ଅଶ୍ବିନ, ଟ୍ବିଟ୍ କରି କହିଲେ-ପରିବାର…
କରୋନା ଭୟାବହତାକୁ ନଜରରେ ରଖି ବିଶ୍ବର ସବୁଠୁ ଘରୋଇ ଟୁର୍ଣ୍ଣାମେଣ୍ଟରୁ ଓହରିବାରେ ଲାଗିଛନ୍ତି ଖେଳାଳି।

ନୂଆଦିଲ୍ଲୀ: ସାରା ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଏପରିକି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ଜୈବ ସୁରକ୍ଷା ବଳୟରେ ଖେଳାଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଏସବୁ ମଧ୍ୟରେ କରୋନା ଭୟାବହତାକୁ ନଜରରେ ରଖି ବିଶ୍ବର ସବୁଠୁ ଘରୋଇ ଟୁର୍ଣ୍ଣାମେଣ୍ଟରୁ ଓହରିବାରେ ଲାଗିଛନ୍ତି ଖେଳାଳି।
ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ୍ ଓ ରାଜସ୍ଥାନ ରୟାଲ୍ସ ପେସ୍ ବୋଲର ଆଣ୍ଡ୍ରୁ ଟାଏ ଆଇପିଏଲରୁ ଓହରିଯାଇଛନ୍ତି। ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସର ଲିଭମ ଲିଭିଙ୍ଗଷ୍ଟନ୍ ବାୟୋ ବବଲ ଯୋଗୁଁ ଆଇପିଏଲରୁ ଓହରି ଯାଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ସୁପରଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେବା ପରେ ବିଳମ୍ବିତ ରାତିରେ ଟ୍ବିଟ୍ କରି ଅଶ୍ବିନ ସୂଚନା ଦେଇ କହିଛନ୍ତି ଯେ, ମୋ ପରିବାର ସଦସ୍ୟ ଓ ସମ୍ପର୍କୀୟ ବର୍ତ୍ତମାନ ସମୟରେ କରୋନା ମହାମାରୀର ମୁକାବିଲା କରୁଛନ୍ତି। ଏଭଳି ସମୟରେ ମୁଁ ମୋ ପରିବାର ସହ ରହିବାକୁ ଚାହୁଁଛି। ଯଦି ସ୍ଥିତିରେ ସୁଧାର ଆସେ ତେବେ ମୁଁ ପୁଣିଥରେ ଦଳ ସହ ଯୋଗ ଦେବି ବୋଲି ଅଶ୍ବିନ ଟ୍ବିଟ୍ କରିଛନ୍ତି।
I would be taking a break from this years IPL from tomorrow. My family and extended family are putting up a fight against #COVID19 and I want to support them during these tough times. I expect to return to play if things go in the right direction. Thank you @DelhiCapitals 🙏🙏
— Stay home stay safe! Take your vaccine🇮🇳 (@ashwinravi99) April 25, 2021
ଅପରପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ଅଶ୍ବିନଙ୍କରଏଭଳି ସମୟରେ ସମ୍ପୂର୍ଣ୍ଣ ସମର୍ଥନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏ ନେଇ ଟ୍ୱିଟ୍ କରି ଅଶ୍ୱିନଙ୍କୁ ସମସ୍ତ ପ୍ରକାର ସମର୍ଥନ କରିବା ସହିତ ପରିବାର ଲୋକଙ୍କ ଆରୋଗ୍ୟ କାମନା କରିଛି।