Odisha Link
Bridging the Missing Links in Odisha

ଥମୁନି ମାଓ ହିଂସା, ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ହାଓ୍ୱଡ଼ା ମୁମ୍ବାଇ ଭାୟା ରାଉରକେଲା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି

ରାଉରକେଲା: ଗୋଟିଏ ପଟେ ସାରା ଦେଶ ମହାମାରୀ କରୋନାର ସାମ୍ନା କରୁଥିବା ବେଳେ ଅନ୍ୟପଟେ ଥମୁନି ମାଓ ହିଂସା। କରୋନା ମହାମାରୀ ପରି ନିକଟରେ ମାଓ ହିଂସା ବଢ଼ିବାରେ ଲାଗିଛି। ସୋମବାର ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ଚକ୍ରଧରପୁର ନିକଟ ଲୋଟା ପାହାଡ଼ ନିକଟରେ ରେଳ ଧାରଣା ଉଡାଇ ଦେଇଛନ୍ତି ମାଓବାଦୀ। ଯାହାରି ଫଳରେ ରେଳ ଚଳାଚଳ ବନ୍ଦ ରହିଛି।

ମିଳିଥିବା ସୂଚନା ମୁତାବିକ, ଝାଡ଼ଖଣ୍ଡ ଚକ୍ରଧରପୁର ନିକଟ ଲୋଟା ପାହାଡ଼ ନିକଟ ଦେଇ ଯାଇଥିବା ରେଳେ ଧାରଣାକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ମାଓବାଦୀ । ପ୍ରାୟ ୨ ମିଟର ପର୍ଯ୍ୟନ୍ତ ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇଛନ୍ତି ମାଓବାଦୀ।

ଯାହାରିଫଳରେ ହାଓ୍ୱଡ଼ା ମୁମ୍ବାଇ ଭାୟା ରାଉରକେଲା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ରେଲଓ୍ବ ପୁଲିସ୍ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରୁ ଏକ ମାଓ ପୋଷ୍ଟର ମିଳିଥିବା ସୂଚନା ମିଳିଛି।

Leave A Reply

Your email address will not be published.