Odisha Link
Bridging the Missing Links in Odisha

୨ ମାଓବାଦୀଙ୍କ ମୃତ୍ୟୁ ପରେ ବୌଦ୍ଧରେ ଗୁଇନ୍ଦା ଏଡିଜି; ଏବେବି ଚାଲିଛି ସର୍ଚ୍ଚ ଅପରେସନ

ଓଏଲ୍‌ ବ୍ୟୁରୋ: ବୌଦ୍ଧରେ କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ ହୋଇଥିବା ଖବର ସାମ୍ନାକୁ ଆସିଥିଲା।କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍‌ ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଗୁଳି ବିନିମୟ ହେବା ପରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

ଏନ୍‌କାଉଣ୍ଟର ପରେ ବୌଦ୍ଧରେ ପହଞ୍ଚିଲେ ଗୁଇନ୍ଦା ଏଡିଜି। ୨ ମାଓବାଦୀଙ୍କ ମୃତ୍ୟୁ ପରେ ପହଞ୍ଚିଲେ ଗୁଇନ୍ଦା ଏଡିଜି। କଣ୍ଟାମାଳ ପଢ଼େଲ ଡ୍ୟାମ୍‌ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗ୍ରେନେଡ ଓ ମାଓ ସାମଗ୍ରୀ ଜବତ ହୋଇଛି। ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଥିବାବିଲେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.