Odisha Link
Bridging the Missing Links in Odisha

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ

 

ଓଏଲ୍‌ ବ୍ୟୁରୋ: ତାତିରେ ଆଉଟପାଉଟ ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ଗରମ ଓ ଗୁଳୁଗୁଳି। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଜିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ଏସବୁ ମଧ୍ୟରେ ପ୍ରବଳ ଖରାରେ ରାମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀମାନେ।

ବର୍ତ୍ତମାନ ଚାଲିଛି ପରୀକ୍ଷା ଋତୁ। ଆଉ ପ୍ରବଳ ଖରାକୁ ନଜରରେ ରଖି ଯୁକ୍ତ ୩ ଦ୍ବିତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ। ପ୍ରବଳ ଖରା ଯୋଗୁଁ କଲେଜ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ। ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୁଞ୍ଚାଇଦିଅନ୍ତୁ ବୋଲି ଛାତ୍ରୀମାନେ ଦାବି କରିଛନ୍ତି। ଏହି ଦାବି ନେଇ ଗୁରୁବାର କୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦିଆଯାଇଥିବା ବେଳେ ଆଜି ଫାଟକ ସମ୍ମୁଖରେ ଛାତ୍ରୀମାନେ ଧାରଣାରେ ବସିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ କାଲି ସ୍ୱଭାବିକ ତାପମାତ୍ରାଠାରୁ ଆହୁରି ୩ରୁ ୬ ଡିଗ୍ରୀ ଯାଏ ତାତି ବଢ଼ିପାରେ। ସେଥିପାଇଁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ପାଇଁ ୯ ଜିଲ୍ଲାକୁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଜିଲ୍ଲାକୁ ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି।

Leave A Reply

Your email address will not be published.