Odisha Link
Bridging the Missing Links in Odisha

କରୋନାକୁ ପରାସ୍ତ କରିବାକୁ ଯଜ୍ଞ କର କହି ଟ୍ରୋଲ୍‌ ହେଲେ ହେମା ମାଳିନୀ

ନୂଆଦିଲ୍ଲୀ: ଦେଶରେ କରୋନା ମହମାରୀ କାୟା ବିସ୍ତାର କରିଥିବା ବେଳେ ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ୁଛି। ଏଭଳି ସମୟରେ କିଛି ସେଲିବ୍ରେଟମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ବେଳେ କିଛି ଜଣ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ପରାମର୍ଶ ଦେଉଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ହେମା ମାଳିନୀ କରୋନା ମହାମାରୀକୁ ରୋକିବା ପାଇଁ ଏକ ପରାମର୍ଶ ଦେଇ ଟ୍ରୋଲ୍‌ ହୋଇଛନ୍ତି।

ହେମା ମାଳିନୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ, ‘ପ୍ରାଚୀନ କାଳରୁ ଆମ ଦେଶରେ ଯଜ୍ଞକୁ ଲାଭଦାୟକ ଏବଂ ନକାରାତ୍ମକ ଶକ୍ତିଗୁଡ଼ିକୁ ଶୁଦ୍ଧ କରିବାର ସଠିକ୍ ଉପାୟ ଭାବରେ ବିବେଚନା କରାଯାଏ। ଆଜି ସମଗ୍ର ବିଶ୍ୱ ମହାମାରୀ ଏବଂ ପରିବେଶ ପ୍ରକୋପର ସମ୍ମୁଖୀନ ହେଉଛି। ଏହି କଷ୍ଟଦାୟକ ସମୟରେ, ମୁଁ ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ଯେପର୍ଯ୍ୟନ୍ତ ଆମେ ଏହି ମହାମାରୀକୁ ପରାସ୍ତ ନକରିଛନ୍ତି ସେ ପର୍ଯ୍ୟନ୍ତ ନିଜ ନିଜ ଘରେ ପାରିବାରିକ ଯଜ୍ଞ କରିନ୍ତୁ।‘ ହେମାଙ୍କ ଏହି ଭିଡିଓ ଟ୍ରୋଲ୍ କରାଯିବା ପରେ ଅଭିନେତ୍ରୀ ଡିଲିଟ୍ କରି ଦେଇଛନ୍ତି।

ବାସ୍ତବରେ ହେମା ମାଳିନୀ କହିଥିଲେ, ‘ଏହି ପ୍ରତିକାରର କୌଣସି ଧର୍ମ କିମ୍ବା ଜାତି ସହିତ ସମ୍ପର୍କ ନାହିଁ। ପରିବେଶକୁ ଶୁଦ୍ଧ କରିବା ଏବଂ ମାନବିକତାକୁ ବଞ୍ଚାଇବା ପାଇଁ ଏହା ଏକ ସରଳ ଉପାୟ। ଏହି ଭିଡିଓ ସେୟାର କରିବା ପରେ ଲୋକମାନେ ହେମା ମାଳିନୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।