Odisha Link
Bridging the Missing Links in Odisha

ଯୌତୁକ ନିର୍ଯ୍ୟାତନା: ବୋହୂକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ଶାଶୂ

ଗଞ୍ଜାମ: ବୋହୂକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ଶାଶୂ। ଏଭଳି ଏକ ଅମାନବିୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡ଼ା ଗାଁରେ।

ସୂଚନା ମୁତାବକ, ଆଜି ଗାଁର ବିଚ୍‌ ରାସ୍ତା ଉପରେ ବୋହୂକୁ ଯୌତୁକ ନିର୍ଯ୍ୟାତନା। ମାନବିକତା ଭୁଲି ବୋହୂକୁ ଗାଁ ଦାଣ୍ଡ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗାଳି ଗୁଲଜ କରିବା ସହ ଅମାନୁଷିକ ଭାବେ ପିଟିଲେ ଶାଶୂ ଏବଂ ଘର ଲୋକେ।

ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ଘରେ ପାରିବାରିକ କଳହ ଲାଗିରହୁ ଥିଲା। ଶାଶୂଘର ଲୋକେ ଯୌତୁକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ। ସ୍ୱାମୀ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିବା ବେଳେ ଏପଟେ ଶାଶୂଘର ଲୋକେ ବୋହୂକୁ ନିର୍ଯ୍ୟାତନା ଦେଉଥିବା ପୋଲିସ୍‌ ପାଖରେ ଅଭିଯୋଗ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।